ମହାବାତ୍ୟା ଅମ୍ପନ ନେଲା ୬ ଜୀବନ

12

Get real time updates directly on you device, subscribe now.

କଲକାତା ( ଏଜେନ୍ସି ) : ମହାବାତ୍ୟା ଅମ୍ପନର କରାଳ ଗ୍ରାସରେ ରାଜ୍ୟ ରାଜଧାନୀ କଲକାତା ସମେତ ପଶ୍ଚିମବଙ୍ଗର ୧୧ଟି ଜିଲା ବିଶେଷଭାବେ ପ୍ରଭାବିତ ହୋଇଛି। ଆଲିପୁର ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ମହାବାତ୍ୟା ଅମ୍ପନ ବୁଧବାର ଅପରାହ୍ଣ ପ୍ରାୟ ୪ଟା ପାଖାପାଖି ସାଗରଦ୍ବୀପ ସ୍ଥଳଭାଗକୁ ସ୍ପର୍ଶ କରିଥିଲେ ସୁଦ୍ଧା ଏହାର ପ୍ରଭାବ ଗୁରୁବାର ଆପରାହ୍ଣ ସୁଦ୍ଧା ଜାରି ରହିବ। ଫଳରେ ରାଜ୍ୟର ୧୧ଟି ଜିଲାରେ ଆସନ୍ତାକାଲି ପର୍ୟ୍ୟନ୍ତ ପବନ ବହିବା ସହ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କ୍ଷୟକ୍ଷତି ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସଠିକ୍‌ ମୃତ୍ୟୁ ଖବର ପ୍ରଶାସନ ନିକଟକୁ ଆସି ନଥିଲେ ସୁଦ୍ଧା ୧୧ଟି ଜିଲା ଯଥା କଲକାତା, ଦୁଇ ୨୪ପ୍ରଗଣା, ଦୁଇ ମେଦିନୀପୁର, ନଦିଆ, ହୁଗୁଳି, ବର୍ଦ୍ଧମାନ, ମୁର୍ଶିଦାବାଦ, ବାଙ୍କୁଡ଼ା, ପୁରୁଲିଆର ବିଭିନ୍ନ ଅଞ୍ଚଳରେ​‌ସନ୍ଧ୍ୟା ପର୍ୟ୍ୟନ୍ତ ମୋଟ ୬ଜଣଙ୍କ ମୃତ୍ୟୁ ଘଟିବା ସହ ୧୭ଜଣ ଭଳି ଗୁରୁତର ଭାବେ ଆହତ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More