ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସଚିବାଳୟରେ ଭୟାବହ ଅଗ୍ନିକାଣ୍ଡ

97

Get real time updates directly on you device, subscribe now.

ଭୋପାଳ(ଏଜେନ୍ସି) : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସଚିବାଳୟରେ ହଠାତ ଭୟାଭହ ଅଗ୍ନିକାଣ୍ଡ ଘଟିଛି । ଶନିବାର ସକାଳେ ସଚିବାଳୟ ଭବନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଭୋପାଳର ବଲ୍ଲଭ ଭବନ ପୁରୁଣା ବିଲି୍ଡଂର ତୃତୀୟ ମହଲାରେ ନିଆଁ ଲାଗିବା ମାତ୍ରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛନ୍ତି । ଘଟଣାର ତଦନ୍ତ କରି ବିସ୍ତୁତ ରିପୋର୍ଟ ଦେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More