ମଦ ଉପରେ ଯୋଗୀ ସରକାରଙ୍କ : ୨୩୫୦ କୋଟି ଟଙ୍କା ରାଜସ୍ଵ ଆଦାୟ ଲକ୍ଷ୍ୟ

35

Get real time updates directly on you device, subscribe now.

ଲକ୍ଷ୍ନୌ ( ଏଜେନ୍ସି ) ) : କରୋନା ଲକ୍ଡ଼ାଉନ ପରେ ଚାହିଦାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମଦ ଉପରେ କଷିଛନ୍ତି ଅଧିକ ଟିକସ । ମଦ ବୋତଲ ପିଛା ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଟିକସ ଆଦାୟ ପାଇଁ ସରକାର ନିର୍ଦେଶ ଦେଇଛନ୍ତି ଏବଂ ଏହାଦ୍ବାରା ରାଜକୋଷକୁ ୨୩୫୦ କୋଟି ଟଙ୍କା ରାଜସ୍ବ ଆସିବାର ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କରିଛନ୍ତି ଯେ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି ଏବଂ ଏଥିପାଇଁ ମଦ ମୂଲ୍ୟ ଅନୁସାରେ ଟିକସର ବର୍ଗୀକରଣ କରାଯାଇଛି । ୬୫ ଟଙ୍କା ମୂଲ୍ୟର ବୋତଲ ୭୦ ଟଙ୍କାକୁ, ୭୫ ଟଙ୍କା ମୂଲ୍ୟର ବୋତଲ ୮୦ ଟଙ୍କାରେ ବିକ୍ରି ହେବ । ଅନ୍ୟ ମଦର ଅନୁପାତ ଓ ମୂଲ୍ୟ ଅନୁସାରେ ଟିକସ ଆଦାୟ ହେବ । ସେହିପରି ୧୮୦ ମିଲିଲିଟର ବିଦେଶୀ ମଦ ଉପରେ ୧୦୦ ଟଙ୍କା ଓ ୧୮୦ ମିଲିଲିଟରରୁ ୫୦୦ ମିଲିଲିଟର ପର୍ଯ୍ୟନ୍ତ ବୋତଲ ଉପରେ ୨୦୦ ଟଙ୍କା ଏବଂ ୫୦୦ ମିଲିଲିଟରରୁ ଅଧିକ ମଦବୋତଲ ଉପରେ ୪୦୦ ଟଙ୍କା ଆଦାୟ ହେବ ବୋଲି ଶ୍ରୀ ଖାନ୍ନା କରିଛନ୍ତି । ଏହି ଅବସରରେ ଶ୍ରୀ ଖାନ୍ନା ଲକଡ଼ାଉନ୍ ଆରମ୍ଭ ହେବାଠାରୁ ମେ ୪ ତାରିଖ ମଧ୍ୟରେ ବେଆଇନ ମଦ କାରବାର ନିମନ୍ତେ ୩୫୦୦ ମାମଲା ରୁଜୁ ହୋଇଛି, ୩୬୦୦ ଜଣ ଗିରଫ ହୋଇଛନ୍ତି ଓ ୮୦ ହଜାର ଲିଟରରୁ ଅଧିକ ଚୋରା ମଦ ଜବତ ହୋଇଛି ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More