ନୂଆଦିଲ୍ଲୀ : ଆଜି ସକାଳେ ତିନୋଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହିମାଚଳ ପ୍ରଦେଶ, ଗୁଜରାଟ ଓ ଆସାମରେ ଗୁରୁବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି। ଆଜି ସକାଳେ ହିମାଚଳ ପ୍ରଦେଶର ଉନାରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନସିଏସ୍) ଅନୁଯାୟୀ, ସକାଳ ୪ଟା ୪୭ରେ ଘଟିଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୩ ଥିବା ଜଣାପଡିଛି।