ଅହମ୍ମଦାବାଦ(ଏଜେନ୍ସି) : – : ଗୁଜରାଟର କଚ୍ଛ ଜିଲାରେ ରବିବାର ଭୋର ସମୟରେ ୩.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ଗାନ୍ଧୀନଗରସ୍ଥିତ ଭୂକମ୍ପ ବିଜ୍ଞାନ ଅନୁସନ୍ଧାନ ପ୍ରତିଷ୍ଠାନ(ଆଇଏସଆର)ର ସୂଚନା ମୁତାବକ, ଭୂକମ୍ପ ଯୋଗୁ ଜିଲାରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ। ଭୋର ୩.୫୮ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର କେନ୍ଦ୍ର ଲଖପତରୁ ୫୩ କିଲୋମିଟର ଉତ୍ତର-ଉତ୍ତର-ପୂର୍ବରେ ଥିବା ଜଣାପଡ଼ିଛି।