ରାଞ୍ଚି(ଏଜେନ୍ସି) ) : ଝାଡଖଣ୍ଡରେ ଶନିବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜ୍ୟରେ ଅନେକ ସ୍ଥାନରେ ସକାଳ ୯ଟା ୨୦ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଖୁଣ୍ଟି ବୋଲି କୁହାଯାଉଛି । ଭୂକମ୍ପର ଝଟକା ରାଜଧାନୀ ରାଞ୍ଚି, ଜାମ୍ଶେଦପୁର ଓ ଚାଇବାସାରେ ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ଏଥିରେ କୌଣସି ଧନ ଜୀବନହାନୀ ହୋଇଥିବା ନେଇ ଖବର ମିଳି ନାହିଁ ।