ନୂଆଦିଲ୍ଲୀ ( ଏଜେନ୍ସି ) : କୋବିଦ-୧୯ ଆଣ୍ଟିବଡ଼ି ଠାବ କରିବା ନିମନ୍ତେ ପୁନେର ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜି ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଛି ଏକ ସ୍ବତନ୍ତ୍ର ପରୀକ୍ଷଣ ବ୍ୟବସ୍ଥା । ଏହି ସାମଗ୍ରୀ (କିଟ୍) ନାମ ଦିଆଯାଇଛି ‘ଏଲିସା’ ଏବଂ ଏହା ଆଣ୍ଟି ସାର୍ସ-ସିଓବି-୨କୁ ବିକଶିତ କରାଯାଇ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନ କହିଛନ୍ତି ଯେ ପୁନେର ଏହି ଅନୁଷ୍ଠାନ କୋବିଦ ଆଣ୍ଟିବଡ଼ି ଠାବ କରିବା ନିମନ୍ତେ ଆଣ୍ଟି ସାର୍ସ-ସିଓବି-୨ ମାନବ ଆଇଜିଜି ଏଲିସା ଟେଷ୍ଟ କିଟକୁ ସଫଳତାର ସହ ବିକଶିତ କରି ପାରିଛନ୍ତି । ଏହି କିଟକୁ ମୁମ୍ବାର ଦୁଇ ସ୍ଥାନରେ ପରୀକ୍ଷଣ କରାଯାଇଛି ଏବଂ ଏହା ମାଧ୍ୟମରେ ଅଢ଼େଇ ଘଣ୍ଟା ମଧ୍ୟରେ ଏକ ସମୟରେ ୯୦ ନମୁନା ପରୀକ୍ଷା କରାଯାଇ ପାରିବ ।