ଭୁବନେଶ୍ଵର (ଏଜେନ୍ସି ) : ଲକ୍ଡ଼ାଉନ ୫.୦ କୁହାଯାଉ ବା ଅନଲକ୍ ୧.୦। କରୋନା ସଂକ୍ରମଣ ବୃଦ୍ଧିର ସନ୍ଧିକ୍ଷଣରେ ମୋଦୀ ସରକାର ଏବେ ଦେଶକୁ ପୁଣି ଥରେ ସ୍ବାଭାବିକତା ଆଡ଼କୁ ଫେରାଇ ଆଣିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।ଲକ୍ଡ଼ାଉନର ୪ର୍ଥ ପର୍ଯ୍ୟାୟରେ ସଂକ୍ରମଣ ସଂଖ୍ୟା ଦୃତଗତିରେ ବଢ଼ିଥିଲା । ମେ ୧୮ ତାରିଖରୁ ୩୧ ତାରିଖ ଏହି ୧୪ ଦିନ ମଧ୍ୟରେ ଦେଶରେ ୮୧ ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ରୋଗୀ ସଂଖ୍ୟା ପାଖାପାଖି ଦୁଇଗୁଣ ହୋଇ ଯାଇଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୧୯ ମେରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧ ହଜାର ୧୩୯ ଥିବାବେଳେ ୩୧ ମେ ସକାଳ ସୁଦ୍ଧା ରୋଗୀ ସଂଖ୍ୟା ୧ଲକ୍ଷ ୮୨ ହଜାର ୧୪୩ରେ ପହଞ୍ଚିଛି । ଅର୍ଥାତ୍ ଦିନକୁ ହାରାହାରି ୫୭୮୫ ସଂକ୍ରମଣ ରିପୋର୍ଟ ଆସିଛି ।