ଭାରତରେ ଭୟଙ୍କର ରୂପ ନେଉଛି କରୋନା: ୨୪ ଘଣ୍ଟାରେ ୧୯୫ ମୃତ ଓ ୩୯୦୦ ସଂକ୍ରମିତ

14

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାର ତଥ୍ୟ ଏହା ସୂଚାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୯୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ଦିନରେ ସର୍ବାଧିକ। ଏହାକୁ ମିଶାଇ ଏଯାଏ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଛି। ଏବେ ୩୨ ହଜାର ୧୩୮ ଜଣ ଚିକିତ୍ସାଧୀନ ଥିବାବେଳେ ୧୨ ହଜାର ୭୨୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ଦର୍ଶାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More