ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ସୁଦ୍ଧା ୨୭ ହଜାର ୮୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୭୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୦ ହଜାର ୮୩୫ ଜଣ ଚିକିତ୍ସାଧୀନ ଥିବାବେଳେ ୬୧୮୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍ରେ ଦର୍ଶାଯାଇଛି। ତେବେ ଗତ ୨୪ ଘଣ୍ଟାରେ ଦେଶରେ ୧୩୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।