ଭାରତରେ ଆରମ୍ଭ ହୋଇଛି ଗୋଷ୍ଠୀ ସଂକ୍ରମଣ: ସ୍ଵାସ୍ଥ୍ୟ ବିଶେଷଜ୍ଞ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମାତ୍ର ବିଶେଷଜ୍ଞମାନେ ଏହାକୁ ମାନିବାକୁ ନାରାଜ । ଦେଶରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସୋମବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୦, ୫୩୫ ଛୁଇଁଛି। ଏଥିସହ କରୋନା ପ୍ରଭାବିତ ଦେଶ ତାଲିକାରେ ସାତ ନମ୍ୱରକୁ ଉନ୍ନୀତ ହୋଇଛି ଭାରତ। ଏଥିରୁ ୫,୩୯୪ ଜଣଙ୍କର ମୃତ୍ୟୁ ଘଟିଛି। ଜର୍ମାନ ପରି ଦେଶକୁ ମଧ୍ୟ ଭାରତ ଅତିକ୍ରମ କରିଛି । ଏପରି ସ୍ଥିତିରେ ଲକ୍ଡ଼ାଉନ ଉଠାଇବା ନିଷ୍ପତ୍ତି ସଠିକ ପଦକ୍ଷେପ ନୁହେଁ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ଦେଶରେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ କେବଳ ଶେଷ ପର୍ଯ୍ୟାୟ ଲକ୍ଡ଼ାଉନ ସମୟରେ ଚିହ୍ନଟ ହୋଇଥିବାରୁ ଲକ୍ଡ଼ାଉନ ଅବଧି ବୃଦ୍ଧି ନିମନ୍ତେ ଏହି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More