ପାଟଣା ( ଏଜେନ୍ସି ) : ବିହାରରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ମହାମାରୀ ପ୍ରବେଶ କରିଛି। ଏହି ଭୂତାଣୁରେ ରାଜ୍ୟ ବିଜେପି କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସମେତ ୭୫ ବିଜେପି ନେତା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତ ସୋମବାର ୧୦୦ ବିଜେପି ନେତାଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଥିବାବେଳେ ସେଥିରୁ ୭୫ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ବିଜେପି କାର୍ଯ୍ୟାଳୟକୁ ସାନିଟାଇଜ କରାଯାଉଛି।