ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କର ହେବ କରୋନା ନମୁନା ପରୀକ୍ଷା

25

Get real time updates directly on you device, subscribe now.

ରାଞ୍ଚି: ( ଏଜେନ୍ସି ) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସଭାପତି ଲାଲୁ ଯାଦବଙ୍କର କରୋନା ପରୀକ୍ଷା ହୋଇପାରେ । ଲାଲୁଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଅନ୍ୟ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଏ ସମ୍ପର୍କରେ ଗୁରୁତର ଚିନ୍ତା କରୁଥିବା ସୂଚନା ମିଳିଛି । ରାଞ୍ଚି ଅନ୍ତର୍ଗତ ରିମସ ଡ଼ାକ୍ତରଖାନାରେ ଲାଲୁ ଯାଦବ ଚିକିତ୍ସିତ ହେଉଛନ୍ତି । ସେଠାରେ ଯେଉଁ ଡ଼ାକ୍ତର ତାଙ୍କର ଚିକିତ୍ସା ଦାୟିତ୍ବରେ ଅଛନ୍ତି ସେ ଯେଉଁ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ସେମାନଙ୍କ ମଧ୍ୟରେ ଜଣେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହାପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ସମ୍ପୃକ୍ତ ଡ଼ାକ୍ତର ଓ ତାଙ୍କର ସମସ୍ତ ସହଯୋଗୀ କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଇଛନ୍ତି । ନିଜେ ଡ଼ାକ୍ତର ମଧ୍ୟ ସଙ୍ଗରୋଧରେ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More