ମୁମ୍ବଇ : ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍ ସୁଭ୍ରମଣ୍ୟମଙ୍କ ଶୁକ୍ରବାର ପରଲୋକ ହୋଇଛି। ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେଲା ସେ କରୋନାରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ଅଗଷ୍ଟ ୫ ତାରିଖରେ ତାଙ୍କୁ ହସପିଟାଲାର ଭର୍ତି କରାଯାଇଥିଲା। ତେବେ ସେ କରୋନାରୁ ଆରୋଗ୍ୟ ହୋଇଥିଲେ। ମାତ୍ର ଫୁସଫୁସ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରେ ରହିଥିଲେ।