ଭୋପାଳ ( ଏଜେନ୍ସି ) : ଦେଶରେ କରୋନା ଭୂତାଣୁ ଯୋଗୁ ଲକ୍ଡାଉନ ଲାଗୁ କରାଯାଇଛି। ଏହି ସମୟରେ ମଧ୍ୟରେ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଥିବାବେଳେ ବିବାହ ଓ ଅନ୍ୟାନ୍ୟ ଉତ୍ସବ ପାଇଁ କିଛି ନିୟମ ଧାର୍ଯ୍ୟ କରାଯାଇଛି। ଏହାକୁ ଆଧାର କରି ଦେଶର ବିଭିନ୍ନ ସ୍ଥାନରେ ଲକ୍ଡାଉନ ସମୟରେ ନିରାଡ଼ମ୍ବର ଭାବେ ବିବାହ ଉତ୍ସବ ଆୟୋଜନ ହେଉଛି। ତେବେ ଏହି ଲକ୍ଡାଉନ ବିବାହ କରି ମଧ୍ୟପ୍ରଦେଶରେ ଏକ ବରକନ୍ୟା ଯୋଡ଼ି ଏବଂ ତାଙ୍କର ପରିବାର ହଟହଟା ହୋଇଛନ୍ତି। କାରଣ ବିବାହର ୨ ଦିନ ପରେ କନ୍ୟାଙ୍କଠାରେ କରୋନା ପଜିଟିଭ୍ ବାହାରିଛି। ଏହି ଘଟଣା ପରେ କନ୍ୟାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ବର ଏବଂ ଉଭୟ ପରିବାରର ୩୨ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।