ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା କରୋନାରେ ଆକ୍ରାନ୍ତ

14

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଉଭୟଙ୍କୁ ବର୍ତ୍ତମାନ ଦକ୍ଷିଣ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଳାରେ ଯନ୍ତ୍ରଣା ହେବାରୁ ଜ୍ୟୋତିରାଦିତ୍ୟଙ୍କର କରୋନା ପରୀକ୍ଷଣ କରାଯାଇଥିଲା, ତାଙ୍କ ପରୀକ୍ଷଣ ରିପୋର୍ଟ ପଜେଟିଭ ଆସିଥିଲା । ଏହପରେ ତାଙ୍କ ମାଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା ତାଙ୍କ ମା ମଧ୍ୟ ପଜିଟିଭ୍ ଥିବା ଜଣାପଡିଥିଲା । ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ମା ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିରଥିବା ଜଣାପଡିଛି । ତେବେ ଜ୍ୟୋତିରାଦିତ୍ୟ ଓ ତାଙ୍କ ମା କିପରି ସଂକ୍ରମିତ ହେଲେ ତାହା ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More