ବାହାଘର ପରଦିନ କରୋନା ନେଲା ବର ଜୀବନ; ୯୫ ବରଯାତ୍ରୀ ସଂକ୍ରମିତ

49

Get real time updates directly on you device, subscribe now.

ବିହାର ( ସଂଘର୍ଷ ମିଡିଆ ) : ବାହାଘର ବେଳେ ବର ଦେହରେ ଥିଲା ପ୍ରବଳ ଉତ୍ତାପ । ଘଣ୍ଟାକୁ ଘଣ୍ଟା ସେ ମୂର୍ଛା ଯାଉଥିଲା । ତଥାପି ଧୁମଧାମରେ ହେଲା ବାହାଘର । ଗୁରୁଗ୍ରାମରେ ସଫ୍ଟୱେର ଇଞ୍ଜିନିୟର ଥିବା ବରର ବିବାହରେ ଯୋଗ ଦେଇଥିଲେ ଶତାଧିକ ଲୋକ । ହେଲେ ଦିନକ ପରେ ଚାଲିଗଲା ବରର ଜୀବନ । ପୁଲିସ ଓ ପ୍ରଶାସନକୁ ଖବର ନ ଦେଇ ପରିବାର ଲୋକ ନବ ବିବାହିତ ଯୁବକଙ୍କ ଅନ୍ତିମ ସଂସ୍କାର କରି ଦେଲେ । ଏହାପରେ ନିଜର ଭୟଙ୍କର ରୂପ ଦେଖାଇଲା କରୋନା । ବିବାହରେ ଯୋଗ ଦେଇଥିବା ବରଯାତ୍ରୀ ଓ ଭୋଜି ଖାଇବାକୁ ଆସିଥିବା ଅତିଥିଙ୍କ ମଧ୍ୟରରୁ ୯୫ ଜଣ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣା ପଡ଼ିଲା। ଏହି ଘଟଣା ଘଟିଛି ବିହାରରେ । ରାଜଧାନୀ ପାଟନାଠାରୁ ୫୦ କିଲୋମିଟର ଦୂର ଢ଼ିହପାଲି ଅଞ୍ଚଳରେ । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ସିଲ୍ କରି ଦେଇଛି । ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ସଂକ୍ରମିତ ୯୫ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More