ନୂଆଦିଲ୍ଲୀ ( ଏଜେନ୍ସି ) : ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ଫସଲଗୁଡ଼ିକର ସହାୟକ ମୂଲ୍ୟ ୫୦%ରୁ ୮୩% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି । ଶ୍ରୀ ତୋମାର କହିଛନ୍ତି ଯେ ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଗହମ, ବାଜରା ପରି ଅନ୍ୟ ଫସଲର ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି ।