ନୂଆଦିଲ୍ଲୀ ( ଏଜେନ୍ସି ) : ଚୀନ ସାମାଗ୍ରୀକୁ ବୟକଟ କରୁଯାଉଥିବା ବେଳେ ଭାରାତୀୟ ବଜାରକୁ ପ୍ରେବଶ କରିବାକୁ ଯାଉଛି ଏକ ନୂତନ ସ୍ମାର୍ଟଫୋନ ଯାହା ସମ୍ପୂର୍ଣ୍ଣ ରୂପେ ଭାରତରେ ତିଆରି କରାଯାଇଛି। ଏହି ସ୍ମାର୍ଟଫୋନର ନାମ ହେଉଛି ବ୍ଲକ୍ ଚେନ୍ । ଏହାକୁ ଫେସଚେନ ନାମକ ଏକ କମ୍ପାନୀ ନିର୍ମାଣ କରିଛି। ୨୨ ଡିସେମ୍ବରରେ ଇନବ୍ଲକ ନାମରେ ଭାରତୀୟ ବଜାରରେ ପ୍ରବେଶ କରିବ। କମ୍ପାନୀ ଦାବି କରିଛି ଯେ, ଏହି ଫୋନରେ କୌଣସି ଚାଇନା ସାମଗ୍ରୀ ବ୍ୟବହାର କରାଯାଇ ନାହିଁ।