ନୂଆଦିଲ୍ଲୀ ( ଏଜେନ୍ସି ) : ଉପସାଗରୀୟ ରାଷ୍ଟ୍ରରୁ ପ୍ରବାସୀ ଭାରତୀୟ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ନୌବାହିନୀ, ବିମାନବାହିନୀ ଓ ଏୟାର ଇଣ୍ଡିଆ ସର୍ବବୃହତ୍ ଅଭିଯାନ ହାତକୁ ନେଇଛନ୍ତି। ଏହାର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୌବାହିନୀର ଦ୍ବିତୀୟ ବୃହତ୍ତମ ନୌବହର ‘ଆଇଏନ୍ଏସ୍ ଜଲସ୍ବ’ ସମେତ ତିନିଟି ବଡ଼ ଜାହାଜକୁ ଏଥିପାଇଁ ପ୍ରସ୍ତୁତ କରାଯାଇଛି। ଯୁଦ୍ଧ ସରଞ୍ଜାମ ପରିବହନ କରୁଥିବା ଏହି ଜାହାଜରେ ଯାତ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରତି ଜାହାଜରେ ଡାକ୍ତରୀ ଦଳ ପଠାଯିବା ସହିତ କ୍ବାରେଣ୍ଟାଇନ୍ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତ୍ବ ରକ୍ଷା ସହିତ ପ୍ରତ୍ୟେକ ଜାହାଜରେ ପ୍ରାୟ ୫୦୦ ଭାରତୀୟଙ୍କୁ ଆଣିବା ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କ ବିଦେଶରେ କାର୍ଯ୍ୟ ଅନୁମତି ଅବଧି ଶେଷ ହେବାକୁ ଯାଉଛି, ଆଗେ ସେମାନଙ୍କୁ ଫେରାଇ ଅଣାଯିବ।