ନୂଆଦିଲ୍ଲୀ ( ଏଜେନ୍ସି ) : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶରେ ମହିଳାମାନଙ୍କୁ ସଶକ୍ତ କରିଛି। ଏହି ଯୋଜନା ଅଧୀନରେ ଦେଶର ଗରିବ ପରିବାରର ୮ କୋଟି ମହିଳାଙ୍କୁ ମାଗଣାରେ ଏଲ୍.ପି.ଜି. ସଂଯୋଗ ଯୋଗାଇ ଦିଆଯାଇଛି। ଉତ୍ତର ପ୍ରଦେଶର ବାଲିଆଠାରେ ୨୦୧୬ ମେ ମାସ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ଏହି ଯୋଜନାକୁ ଆଜି ୪ବର୍ଷ ପୁରିଛି। ସେହି ବର୍ଷ ଜୁନ୍ ୧୬ ତାରିଖରେ ଓଡ଼ିଶାର ସମ୍ବଲପୁରରେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ୍ ଓରାମ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଗତକାଲି ସୁଦ୍ଧା ୪ କୋଟି ୨୬ ଲକ୍ଷ ରିଫିଲ୍ ସିଲିଣ୍ଡର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି।