ପ୍ରଧାନମନ୍ତ୍ରୀଙ୍କ ଘୋଷଣା- ମେ ୩ ଯାଏ ଲକଡାଉନ ସମୟସୀମା ବୃଦ୍ଧି

48

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ସମୟସୀମାକୁ ବୃଦ୍ଧି କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ କରୋନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଏ ନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ଏପ୍ରିଲ ୨୦ରେ ଲକଡାଉନ କଟକଣାର ସମୀକ୍ଷା କରାଯିବ। ଥାନାୱାରୀ, ଜିଲାୱାରୀ ଲକଡାଉନ ପାଳନର ସ୍ଥିତି ନେଇ ସମୀକ୍ଷା ହେବ ବୋଲି ମୋଦୀ କହିଛନ୍ତି।ଉଦବୋଧନ ସମୟରେ ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ନେଇ କହିଛନ୍ତି, ଆପଣଙ୍କ ତ୍ୟାଗ ଯୋଗୁ ଆମେ କରୋନାରୁ କିଛିଟା ବର୍ତ୍ତି ଯାଇଛେ। ସାମାଜିକ ଦୂରତା ରକ୍ଷା କରିବା ଦ୍ବାରା ଆମେ କରୋନାର ମୁକାବିଲାରେ ସଫଳ ହୋଇଛୁ। ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି। ଯଥା ସମୟରେ ଉଚିତ ପଦକ୍ଷେପ ନିଆଯାଇଥିବାରୁ ସ୍ଥିତିକୁ ନିୟନ୍ତ୍ରଣାଧୀନ ରଖାଯାଇ ପାରିଛି। ଦେଶବାସୀଙ୍କ ପାଇଁ ରାସନ ସାମ୍ରଗୀଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରହିଛି। ସମସ୍ତ ଦେଶବାସୀ ନିଶ୍ଚିନ୍ତରେ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More