ନୂଆଦିଲ୍ଲୀ ( ଏଜେନ୍ସି ) : ଲକ୍ଡ଼ାଉନ ସମୟରେ ଗରିବ ଲୋକମାନେ ଗୁରୁତର ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ତେଣୁ ସେମାନଙ୍କୁ ମାଗଣାରେ ୬ ମାସ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ପରିବାରକୁ ମାସିକ ୫ କିଲୋ ଖାଦ୍ୟଶସ୍ୟ ଯୋଗାଇଦେବା ସ୍ବାଗତଯୋଗ୍ୟ । ମାତ୍ର ଏହା ପର୍ଯ୍ୟାପ୍ତ ହେବ ନାହିଁ । ତେଣୁ ସେପ୍ଟମ୍ବର ପର୍ଯ୍ୟନ୍ତ ବିନାମୂଲ୍ୟରେ ସେମାନଙ୍କୁ ମାସିକ ୧୦ କିଲୋ ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦେବା ପାଇଁ ସୋନିଆ ଅନୁରୋଧ କରିଛନ୍ତି ।