ନୂଆଦିଲ୍ଲୀ ( ଏଜେନ୍ସି ) : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ । ଡ଼ାକ୍ତରଖାନା ପକ୍ଷରୁ ଦିଆଯାଇଛି ଏହି ସୂଚନା । ସେନା ହସପିଟାଲ ପକ୍ଷରୁ ଅଗଷ୍ଟ ୧୫ ତାରିଖ ଅପରାହ୍ନରେ ଜାରି ଏକ ମେଡ଼ିକାଲ ବୁଲେଟିନରେ କୁହାଯାଇଛି । ପୂର୍ବ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ପୂର୍ବରୁ ଯେମିତି ଥିଲା, ସେମିତି ରହିଛି । ତାଙ୍କୁ ଜୀବନରକ୍ଷା ପ୍ରଣାଳୀ ମଧ୍ୟରେ ରଖାଯାଇଛି ।