ନୂଆଦିଲ୍ଲୀ ( ଏଜେନ୍ସି ) : ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର । ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀ (ଭେଣ୍ଟିଲେଟର)ରେ ରଖାଯାଇଛି । ତାଙ୍କର ସ୍ଥିତି ସଙ୍କଟାପନ୍ନ ରହିଛି ବୋଲି ସେନାବାହିନୀର ରିସର୍ଚ ଓ ରେଫରାଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଶ୍ରୀ ମୁଖାର୍ଜୀଙ୍କୁ ସୋମବାର ସେନା ହସପିଟାଲରେ ଭର୍ତି କରାଯାଇଥିଲା ଓ ତାଙ୍କର ମସ୍ତିଷ୍କରେ ଏକ ଅପରେସନ କରାଯାଇଥିଲା । ଏହାବ୍ୟତୀତ ସେ କରୋନା ସଂକ୍ରମିତ ହୋଇଥିବା ମଧ୍ୟ ପରୀକ୍ଷା ବେଳେ ଜଣା ପଡ଼ିଥିଲା। ଡ଼ାକ୍ତରଖାନାପକ୍ଷରୁ ଜାରି ଏକ ବୁଲେଟିନରେ କୁହାଯାଇଛି ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ।