ପୂର୍ବତନ ଆନ୍ଧ୍ରବ୍ୟାଙ୍କ ମୁଖ୍ୟ ସୁରେଶ ପଟେଲ୍‌ଙ୍କୁ ନୂଆ ଭିଜିଲାନ୍ସ କମିଶନର ପଦରେ ନିଯୁକ୍ତି

12

Get real time updates directly on you device, subscribe now.

ନୁଆଦିଲ୍ଲୀ ( ଏଜେନ୍ସି ) : ପୂର୍ବତନ ଆନ୍ଧ୍ର ବ୍ୟାଙ୍କ ମୁଖ୍ୟ ସୁରେଶ ଏନ୍‌ ପଟେଲ ନୂଆ ଭିଜିଲାନ୍ସ କମିଶନର ଭାବେ ବୁଧବାର ଶପଥ ଗ୍ରହଣ କରିବେ। ଭିଜିଲାନ୍ସ କମିଶନର ଭାବେ ଶ୍ରୀ ପଟେଲ୍‌ ୪ବର୍ଷ କିମ୍ବା ତାଙ୍କୁ ୬୫ବର୍ଷ ହେବା ପର୍ଯ୍ୟନ୍ତ କାର୍ଯ୍ୟକରିବେ। ଏ ସଂକ୍ରାନ୍ତରେ ମଙ୍ଗଳବାର ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ(ସିଭିସି) କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ପଟେଲଙ୍କ ନାମ ଭିଜିଲାନ୍ସ କମିଶନର ପଦରେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଥିଲା। ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନର ପଦ ଦୀର୍ଘ ୧୦ ମାସ ହେଲା ଖାଲି ପଡ଼ିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More