ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିିନିମୟ : ପୁଲିସ କନଷ୍ଟେବଳଙ୍କ ସହ ୨ ମୃତ

49

Get real time updates directly on you device, subscribe now.

ରାଞ୍ଚି ( ଏଜେନ୍ସି ) : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲାର କରାଇକେଲା ଥାନା ଅଞ୍ଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିିନିମୟରେ ଜଣେ ପୁଲିସ କନଷ୍ଟେବଳ ଓ ଜଣେ ସାଧାରଣ ଜନତା ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ କି ପୁଲିସ ଓ ସୁରକ୍ଷା ବାହିନୀ ମିଳିତ ଭାବରେ ସଂପୃକ୍ତ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ସମ୍ପର୍କରେ କମ୍ବିଂ ଆରମ୍ଭ କରିଥିଲେ । ସିଆରପିଏଫ୍ ଜବାନ ମାନେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଚଳାଇଥିବାବେଳେ ଅଚାନକ ମାଓବାଦୀମାନେ ଗୁଳି ବର୍ଷଣ ଆରମ୍ଭ କରି ଦେଇଥିଲେ । ସିଆରପିଏଫ୍ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା । ଏଥିରେ ମାଓବାଦୀମାନେ ପଛଘୁଞ୍ଚା ଦେଇ ପଳାଇଥିଲେ । ମାତ୍ର ସେମାନଙ୍କ ଗୁଳିରେ ଜଣେ ସାଧାରଣ ଲୋକ ଓ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More