ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୯ମ ଦିନ ପାଇଁ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୮ ପଇସା ବଢ଼ାଇଥିବାବେଳେ ଡିଜେଲ ଦର ୫୯ ପଇସା ବୃଦ୍ଧି କରିଛନ୍ତି। ଏହି ୯ଦିନ ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ୫ ଟଙ୍କା ବୃଦ୍ଧି ଘଟିଥିବାବେଳେ ଡିଜେଲ ୫ଟଙ୍କା ୨୩ ପଇସା ବଢ଼ିଛି। ଫଳରେ ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ବୋଝ ପଡ଼ିଛି। ଗତ ରବିବାର ପଟ୍ରୋଲ ୬୨ ପଇସା ଏବଂ ଡିଜେଲ ୬୪ ପଇସା ବୃଦ୍ଧି ପାଇଥିଲା।