ପୁଣି ଚମକିଲା ସୁନା

26

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) :​‌ ଦିନକୁ ଦିନ ବଜାରରେ ମହଙ୍ଗା ହେବାରେ ଲାଗିଛି ସୁନା ଏବଂ ରୁପା । ​କରୋନା ଯୋଗୁଁ ବିବାହ ଋତୁ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ଉପରେ ଲାଗିଛି କଟକଣା । କରୋନା କଟକଣାରେ ଚଳିତବର୍ଷ ଖୁବ୍‌ କମ୍‌ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।ଚାରିଆଡେ ମାନ୍ଦାବସ୍ଥା ସତ୍ତ୍ବେ ବଜାରରେ ବଢ଼ିବାରେ ଲାଗିଛି ଦୁଇ ମୂଲ୍ୟବାନ ଧାତବ ପଦାର୍ଥ ସୁନା ଏବଂ ରୁପା ମୂଲ୍ୟ । ଅଶୋଧିତ ତେଲ ଦର ବଢ଼ିବା ଏବଂ ଅନ୍ୟ ଅନ୍ତର୍ଜାତୀୟ କାରକକୁ ନେଇ ବିଶ୍ବ ପୁଞ୍ଜି ବଜାରରେ କାରବାର ମାନ୍ଦା ରହିବା ଯୋଗୁ ନିବେଶକମାନେ ସୁନାକୁ ଏକ ଭରଷାଯୋଗ୍ୟ ନିବେଶ ମାଧ୍ୟମ ଭାବେ ବିବେଚନା କରିବା ଫଳରେ ସୁନା ଚାହିଦାରେ ବୃଦ୍ଧି ଘଟୁଛି । ଏହାଫଳରେ ବଜାରରେ ଏହି ଧାତୁ ମୂଲ୍ୟରେ ବୃଦ୍ଧି ଘଟିଛି । ନିକଟରେ ଘରୋଇ ବଜାରରେ ସୁନା ମୂଲ୍ୟ ଭରି ବା ୧୦ ଗ୍ରାମ ପିଛା ୫୦,୦୦୦ ଟଙ୍କା ଟପିଥିବାବେଳେ ରୁପା କିଲୋ ପିଛା ୫୫,୦୦୦ ଟଙ୍କା ଅତିକ୍ରମ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More