୧୯୯୮ରେ, କୋଡାକ୍ କମ୍ପାନୀର ୧,୭୦,୦୦୦ କର୍ମଚାରୀ ଥିଲେ ଏବଂ ଏହି କମ୍ପାନୀ ବିଶ୍ଵ ଫଟୋପେପର୍ ବ୍ୟବସାୟର ୮୫% ଅଂଶ ନିୟନ୍ତ୍ରଣ କରୁଥିଲା। ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଡିଜିଟାଲ ଫଟୋଗ୍ରାଫି ସେମାନଙ୍କୁ ଫଟୋ ବଜାରରୁ ଠେଲି ବାହାର କରି ଦେଲା। କୋଡାକ୍ ଦେବାଳିଆ ହୋଇଗଲା ଏବଂ ସେମାନଙ୍କର ସମସ୍ତ କର୍ମଚାରୀ ବୃତ୍ତି ହରେଇଲେ।
HMT ଘଡି, BAJAJ ସ୍କୁଟର୍, Dyenora ଏବଂ Konark ଟେଲିଭିଜନ ସେଟ୍, Phillips, Murphy ଏବଂ Bush ରେଡ଼ିଓ, NOKIA ମୋବାଇଲ୍ ଫୋନ୍, RAJDOOT ଓ ୟେଜଦୀ ମୋଟର୍ ସାଇକେଲ, AMBASSADOR କାର୍ ଇତ୍ୟାଦି ଉତ୍ପାଦର ଗୁଣବତ୍ତାରେ କୌଣସି କମି ନଥିଲା, ତଥାପି ସେମାନେ ବଜାର ପ୍ରତିଯୋଗିତାରେ ରହି ପାରିଲେନି। କାରଣ କଣ ? କାରଣ ସେମାନେ ସମୟ ସହିତ ତାଳଦେଇ ଚାଲିଲେନି, ନିଜକୁ ପରିବର୍ତ୍ତନ କଲେ ନାହିଁ।
ବର୍ତ୍ତମାନ ଏକ ଧାରଣା ଜନ୍ମିଲାଣି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ବିଶ୍ଵ ସମ୍ପୂର୍ଣ୍ଣ ରୂପେ ବଦଳିଯିବ ଏବଂ ଆଜି ବିଶ୍ବରେ ଚାଲୁଥିବା ଶିଳ୍ପଗୁଡିକ ମଧ୍ୟରୁ ପ୍ରାୟ ୭୦ ରୁ ୯୦ % ଶିଳ୍ପ ବନ୍ଦ ହୋଇଯିବ। ଏବେ ଚତୁର୍ଥ ଶିଳ୍ପ ବିପ୍ଳବକୁ ସ୍ୱାଗତମ୍।
ସମସ୍ତେ ଜାଣନ୍ତି, Uber କେବଳ ଗୋଟେ ସଫ୍ଟୱେର୍। ନିଜର ଗୋଟିଏ ହେଲେ କାର୍ ନଥିଲେ ମଧ୍ୟ ସେ ଦୁନିଆର ସବୁଠୁ ବଡ ଟ୍ୟାକ୍ସି କମ୍ପାନୀ।
AirBNB ହେଉଛି ବିଶ୍ଵର ସବୁଠୁ ବଡ ହୋଟେଲ କମ୍ପାନୀ, ଯଦିଓ ସେମାନଙ୍କର ଗୋଟିଏ ବି ନିଜସ୍ୱ ହୋଟେଲ ନାହିଁ। ପେଟିଏମ୍, ଓଲା କ୍ୟାବ୍, ଓୟୋ -ରୁମ୍ ପରି ଅନେକ ଉଦାହରଣ ଆମ ସାମନାରେ ଅଛି।
ଆମେରିକାର ଯୁବ ଆଇନଜୀବୀମାନଙ୍କ ପାଇଁ ବର୍ତ୍ତମାନ ଆଉ କୌଣସି କାମ ନାହିଁ, କାରଣ IBM-Watson ନାମକ ଗୋଟିଏ ସଫ୍ଟୱେୟାର୍ ଆପ୍ ତୁରନ୍ତ ଉତ୍ତମ ଆଇନଗତ ପରାମର୍ଶ ଦେଇ ଦେଉଛି। ଆମେରିକୀୟ ଓକିଲମାନଙ୍କ ମଧ୍ୟରୁ ପ୍ରାୟ ୯୯% ଆଇନଜୀବୀ ଆସନ୍ତା ୧୦ ବର୍ଷ ମଧ୍ୟରେ ବେକାର ହେଇଯିବେ। ଯେଉଁ ୧୦% ବାକି ରହିବେ, ସେମାନେ ଅବଶ୍ୟ ସୁପର ସ୍ପେଶାଲିଷ୍ଟ ହେବେ।
ଚିକିତ୍ସା ବିଜ୍ଞାନରେ ମଧ୍ୟ ଏକ ବୈପବ୍ଳିକ ପରିବର୍ତ୍ତନର ସୂଚନା ମିଲିଲାଣି। Watson ସଫ୍ଟୱେର୍ ଡାକ୍ତର ମାନଙ୍କ ଅପେକ୍ଷା ୪ ଗୁଣ ଅଧିକ ସଠିକ୍ ରୋଗ ନିର୍ଣ୍ଣୟ କରିପାରିବ। ଏପରିକି ଶତ ପ୍ରତିଶତ ସଠିକତାରେ ହାରରେ କର୍କଟ ରୋଗ ବି ନିର୍ଣ୍ଣୟ କରିବ ଏବଂ ନିଦାନ ଦେବ।
ଅନ୍ ଲାଇନ୍ କ୍ଲାସ୍ ଅଭିଜ୍ଞତା ଏବେବି ମନରୁ ଯାଇନି। ଯଦି ବିଶ୍ବ ସ୍ତରୀୟ ଅଧ୍ୟାପନା ଅନ୍ ଲାଇନ୍ ରେ ମିଳିପାରୁଛି, ତେବେ ବିଦ୍ୟାଳୟ କଣ ଦରକାର ? ଅଧ୍ୟାପକ ଅଧ୍ୟାପିକା କଣ ଦରକାର ?
ଏବେ ଏଇମିତି ଆହୁରି ଅନେକ ପରିବର୍ତ୍ତନର ପୁର୍ବାନୁମାନ କରାଯାଉଛି। ପରିବର୍ତ୍ତନର କାରଣ ହେଉଛି କମ୍ପ୍ୟୁଟର୍। ବିଶେଷଜ୍ଞ ମାନଙ୍କ ମତରେ ୨୦୩୦ ସୁଦ୍ଧା କମ୍ପ୍ୟୁଟରଗୁଡିକ ମାନବ ଅପେକ୍ଷା ଯଥେଷ୍ଟ ଅଧିକ ବୁଦ୍ଧିମାନ ହେବେ, ବିଶ୍ବସ୍ତ ତଥା ଭରସାଯୋଗ୍ୟ ହେବେ।
ଆଗାମୀ ୧୦ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱର ୯୦ ପ୍ରତିଶତ କାର୍ ରାସ୍ତାରୁ ଅଦୃଶ୍ୟ ହୋଇଯିବ। ଯାହା ବି ଥିବ ତାହା ଇଲେକ୍ଟ୍ରିକ୍ କାର୍ କିମ୍ବା ହାଇବ୍ରିଡ୍ ହେବ। ପେଟ୍ରୋଲ୍ ଡିଜେଲ୍ ବ୍ୟବହାର ୯୦% ହ୍ରାସ ପାଇବ। ଏଭଳି ସ୍ଥିତିରେ ପେଟ୍ରୋଲ୍ ର ଡିମାଣ୍ଡ୍ ଆଉ ରହିବନି, ଫଳରେ ତୈଳ ଅର୍ଥନୀତି ହେତୁ ସମୃଦ୍ଧିଶାଳୀ ଆରବ ଦେଶଗୁଡିକ ଦେବାଳିଆ ହୋଇଯିବେ।
Uber ଓ Ola cab ପରି ସଫ୍ଟୱେୟାରରୁ ଆପଣ ଏକ କାର୍ ଅର୍ଡର କରିବେ ଏବଂ କିଛି କ୍ଷଣ ମଧ୍ୟରେ ଡ୍ରାଇଭର୍ ବିହୀନ କାର ଆପଣଙ୍କ ଦ୍ୱାରରେ ପାର୍କିଂ ହେବ। ଯଦି ଆପଣ ଏହାକୁ କାହା ସହିତ ସେୟାର କରନ୍ତି, ତେବେ ସେହି ଇଲେକ୍ଟ୍ରିକ୍ କାର୍ ଆହୁରି ଶସ୍ତା ହେବ।
କାରଗୁଡିକ ଡ୍ରାଇଭର୍ ବିହୀନ ହୋଇଥିବାରୁ ୯୯% ଦୁର୍ଘଟଣା କମିଯିବ। ହୁଏତ ଦୁର୍ଘଟଣା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଇଯାଇ ପାରେ। ଏହା କାର୍ ଇନସୁରାନ୍ସ ନାମକ ବ୍ୟବସାୟକୁ ବନ୍ଦ କରିଦେବ। ଟ୍ରାଫିକ୍ ପୋଲିସ ବ୍ୟବସ୍ଥା ହୁଏତ ଆସନ୍ତାକାଲି ଦେଖିବାକୁ ନ ମିଳିପାରେ !
ଡ୍ରାଇଭର ପରି କୌଣସି କାମ ପୃଥିବୀରେ ବଞ୍ଚିବ ନାହିଁ। ଯଦି ସହର ଏବଂ ସଡକରୁ ୯୦% କାର ଅଦୃଶ୍ୟ ହୋଇଯାଏ, ତେବେ ଟ୍ରାଫିକ୍ ଏବଂ ପାର୍କିଂ ଭଳି ସମସ୍ୟା ସ୍ୱୟଂକ୍ରିୟ ସମାପ୍ତ ହେବ, କାରଣ ଗୋଟିଏ ଗୋଟିଏ କାର ଆଜି ରାସ୍ତାରେ ଗଡୁଥିବା ୨୦ ଟି କାର୍ ର ଆବଶ୍ୟକତା ତୁଲେଇବ।
ସ୍ମରଣଯୋଗ୍ୟ, ୫ ବର୍ଷ କିମ୍ବା ୧୦ ବର୍ଷ ପୂର୍ବେ, ପୃଥିବୀରେ ଏପରି ପୃଷ୍ଠ ନଥିଲା… ଯେଉଁଠାରେ PCO ନଥିଲା। ତା’ପରେ ଯେତେବେଳେ ମୋବାଇଲ୍ ଫୋନ୍ ସମସ୍ତଙ୍କ ପକେଟକୁ ଆସିଲା, PCO ଗୁଡିକ ବନ୍ଦ ହେବା ଆରମ୍ଭ କଲା। ତା’ପରେ ସେସବୁ PCO ବଞ୍ଚିବା ପାଇଁ ଫୋନ୍ ରିଚାର୍ଜ ବିକ୍ରୟ ଆରମ୍ଭ କଲେ। ସେ ମାର୍ଗ ବି ଏବେ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି। ଏବେ ଅନଲାଇନ୍ ପରଚେଜ୍, ଅନଲାଇନ୍ ରିଚାର୍ଜ, ଆଉ ଶସ୍ତା ବି।
ଆଜିକାଲି ବଜାରରେ ପ୍ରତ୍ୟେକ ତୃତୀୟ ଦୋକାନଟି ଏକ ମୋବାଇଲ୍ ଫୋନ୍ ହେଇଥିବ। ବିକ୍ରୟ, ସେବା, ରିଚାର୍ଜ, ଆସେସୋରିଜ୍, ମରାମତି, ରକ୍ଷଣାବେକ୍ଷଣ ପାଇଁ। ସେ ବ୍ୟବସାୟର ଆୟୁଷ ବି ବେଶି ଦିନ ହେବ ବୋଲି ଭରସା ନାହିଁ।
ବର୍ତ୍ତମାନ ପେଟିଏମ୍ ଓ ଫୋନ୍-ପେ ମାଧ୍ୟମରେ ଅର୍ଥ କାରବାର ସମ୍ଭବ ହେଉଛି। ଡିଜିଟାଲ କରେନ୍ସି ର ପ୍ରଚଳନ ମଧ୍ୟ ଆରମ୍ବ ହେଲାଣି। ବ୍ୟାଙ୍କ୍ ଓ ଲକ୍ଷ ଲକ୍ଷ କର୍ମଚାରୀଙ୍କର ଆଉ ଆବଶ୍ୟକତା ନାହିଁ।
ବର୍ତ୍ତମାନ ଲୋକମାନେ ନିଜ ଫୋନରୁ ଟ୍ରେନ୍ ଟିକେଟ ବୁକିଂ, ଫ୍ଲାଇଟ୍ ବୁକିଂ, ହୋଟେଲ୍ ବୁକିଂ କରିବା, ଏପରିକି ବ୍ରେକଫାଷ୍ଟ୍, ଲଞ୍ଚ ଡିନର୍ ପାଇଁ ଅର୍ଡର୍ ଦେବା ଆରମ୍ଭ କଲେଣି। ଏ କାରବାର ପୁରୁଣା କାରବାରକୁ ଧୀରେ ଧୀରେ ହତ୍ୟା କରୁଛି।
ଏବେ ଦୁନିଆ ବଦଳୁଛି। ବଦଳୁଛି ବହୁତ ଦ୍ରୁତ ଗତିରେ। ଆଖି, କାନ, ନାକ ଖୋଲା ରଖିବାକୁ ହେବ, ନଚେତ୍ ମଣିଷ ସାତ ପଛରେ ରହିଯିବ। ସମୟ ସହିତ ତାଳଦେଇ ନିଜକୁ ପରିବର୍ତ୍ତନ କରିବାକୁ ପଡିବ, ଯୋଗ୍ୟ ହେବାକୁ ହେବ। ନହେଲେ ଆଗକୁ ଆଗକୁ ଘନ ଅନ୍ଧାର। ସାଧୁ ସାବଧାନ।
ଜୟ ଜଗନ୍ନାଥ । ହରି ଓଁ ତତ୍ ସତ୍।
ପରିବର୍ତ୍ତନର ପଦଧ୍ବନୀ | Footsteps of change
In 1998, the Kodak Company had 170,000 employees and controlled 85% of the world’s photopaper business. But within a few years, digital photography pushed them out of the photo market. Kodak went bankrupt and all of their employees lost their jobs.
HMT watches, BAJAJ scooters, Dyenora and Konark television sets, Phillips, Murphy and Bush radios, NOKIA mobile phones, RAJDOOT and Yezdi motorcycles, AMBASSADOR cars etc. were not lacking in product quality, yet they could not compete in the market. Why? Because they didn’t keep up with the times, they didn’t change themselves.
Now there is an idea that the world will change completely in the next 10 years and about 70 to 90% of the industries that are running in the world today will be shut down. Now welcome to the fourth industrial revolution.
As everyone knows, Uber is just a software. He is the largest taxi company in the world even though he does not own a single car.
AirBNB is the largest hotel company in the world, even though they don’t own a single hotel. We have many examples like Paytm, Ola Cab, Oyo-room.
There is no more work for America’s young lawyers now, as a software app called IBM-Watson is offering instant better legal advice. About 99% of American lawyers will be unemployed in the next 10 years. The remaining 10% will definitely be super specialists.
Medical science is also witnessing a revolutionary change. Watson software can make diagnoses 4 times more accurate than doctors. It will even detect and diagnose cancer with 100 percent accuracy.
The online class experience is still fresh. If world-class teaching is available online, what is the need for school? What does the faculty need?
Many more changes are predicted now. The reason for the change is the computer. According to experts, by 2030 computers will be significantly more intelligent, reliable and trustworthy than humans.
In the next 10 years, 90 percent of the world’s cars will disappear from the roads. Whatever it is, it will be an electric car or a hybrid. Petrol diesel consumption will be reduced by 90%. In such a situation, there will be no more demand for petrol, and the prosperous Arab countries will go bankrupt due to the oil economy.
You order a car from software like Uber and Ola cab and within moments the driverless car will be parked at your doorstep. If you share it with someone, that electric car will be even cheaper.
99% of accidents will be reduced as cars become driverless. Maybe the accident could have been stopped altogether. This will put an end to the business called car insurance. The traffic police system may not be seen tomorrow!
No job on earth will survive like a driver. If 90% of cars disappear from cities and roads, problems like traffic and parking will automatically end, as one car will replace the 20 cars on the road today.
Remember, 5 years ago or 10 years ago, there was no surface on Earth… where there was no PCO. Then when mobile phones came into everyone’s pockets, PCOs started to close. Then those PCOs started selling phone recharges to survive. That route is now going to be completely closed. Now Online Purchase, Online Recharge, and Cheaper B.
Every third store in the market these days has a mobile phone. For sale, service, recharge, accessories, repair, maintenance. There is no hope that the lifespan of that business will be long.
Now payment is possible through Paytm and Phone-Pay. The introduction of digital currency has also started. Banks and millions of employees are no longer needed.
Now people have started booking train tickets, flight booking, hotel booking and even ordering breakfast, lunch and dinner from their phones. This transaction is slowly killing the old transaction.
Now the world is changing. It is changing very fast. Eyes, ears and nose must be kept open, otherwise man will be left behind. You have to change yourself with time, you have to be worthy. Otherwise it’s dark ahead. Saint beware.
Jai Jagannath. Harry and his father.