ପଞ୍ଜାବ ( ଏଜେନ୍ସି ) : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ରାଜ୍ୟରେ କର୍ଫ୍ୟୁ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି। ସେହି ସମୟରେ ପ୍ରତିଦିନ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କୋହଳ କରାଯିବ ବୋଲି ସେ କହିଛନ୍ତି। ଏକ ଟ୍ୱିଟ ବାର୍ତ୍ତାରେ କ୍ୟାପଟେନ ଅମରିନ୍ଦର କହିଛନ୍ତି ଯେ ଆମେ ରାଜ୍ୟରେ କର୍ଫ୍ୟୁକୁ ଆହୁରି ଦୁଇ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ, ପ୍ରତିଦିନ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଲକଡାଉନ୍ କୋହଳ ରହିବ ଏବଂ ଏହି ସମୟ ମଧ୍ୟରେ ଲୋକମାନେ ନିଜ ଘରୁ ବାହାରି ପାରିବେ ଓ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ।