ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟସ୍‌ନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ ରାଙ୍କିଂ : ଆଇଆଇଟି ମାଡ୍ରାସକୁ ଶୀର୍ଷ ସ୍ଥାନ, ଏନ୍‌ଆଇଟି ରାଉରକେଲା ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

31

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି, ଶିକ୍ଷାଦାନ, ଗବେଷଣା ଆଦିକୁ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏନ୍‌ଆଇଆର୍‌ଏଫ୍‌(ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟସ୍‌ନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ) ରାଙ୍କିଂ ଆଜି ପ୍ରକାଶ ପାଇଛି। ରାଙ୍କିଂର ଶୀର୍ଷ ସ୍ଥାନରେ ରହିଛି ଆଇଆଇଟି ମାର୍ଡାସ। ଦ୍ବିତୀୟ ରାଙ୍କରେ ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍‌ ରହିଥିବାବେଳେ ତୃତୀୟ ରାଙ୍କ ଆଇଆଇଟି ଦିଲ୍ଲୀକୁ ମିଳିଛି। ଏନ୍‌ଆଇଟି ରାଉରକେଲାକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ପ୍ରଦାନ କରାଯାଇଛି। ଏନ୍‌ଆଇଟି ରାଉରକେଲାକୁ ସର୍ବଭାରତୀୟସ୍ତରରେ ୩୨ତମ ରାଙ୍କ ପ୍ରଦାନ କରାଯାଇଛି। ୩୮ତମ ସ୍ଥାନରେ ସୋଆ ବିଶ୍ବବିଦ୍ୟାଳୟ ରହିଥିବାବେଳେ ୪୪ତମ ସ୍ଥାନରେ କିଟ୍‌, ୫୬ତମ ସ୍ଥାନରେ ଆଇଆଟି, ଭୁବନେଶ୍ବର ରହିଛି। ତେବେ ଓଡ଼ିଶା ସରକାରଙ୍କ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୧୦୦ ରାଙ୍କ ଭିତରେ ରହିଛି। ଏଥର ଉତ୍କଳ ବିଶ୍ବବିଦ୍ୟାଳୟକୁ ୯୬ତମ ରାଙ୍କ ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More