ନୂଆ ସଂସଦ ଭବନ ଲୋକାର୍ପିତ

16

Get real time updates directly on you device, subscribe now.

ନୂଆଦିଲ୍ଲୀ (ଏଜେନ୍ସି) :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭାବନାକୁ ଲୋକାର୍ପିତ କରିଛନ୍ତି। ୬୪ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନରେ ପହଂଚିବା ପରେ ସାଧୁ ସନ୍ଥଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଅଧିନମ ମଠ ମହନ୍ତ ପ୍ରଧାନମନ୍ତ୍ରୀଙ୍କୁ ‘ରାଜଦଣ୍ତ’ ହସ୍ତାନ୍ତର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ତାମିଲନାଡୁ ଧର୍ମପୁରମ ଅଧିନମର ୨୧ ଜଣ ସନ୍ଥଙ୍କ ସହ ସମସ୍ତ ସାଧୁସନ୍ଥଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ। ପରେ ଆରମ୍ଭ ହୋଇଥିଲା ପୂଜାର୍ଚନା। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More