ନିର୍ବାଚନ ପାଇଁ ମିଠା କିଣିଲେ ରାହୁଲ

11

Get real time updates directly on you device, subscribe now.

ତାମିଲନାଡୁ(ଏଜେନ୍ସି) : – ରାହୁଲ ଗାନ୍ଧୀ କିଣିଲେ ମିଠା । ହଁ ଦର୍ଶକବନ୍ଧୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ! ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ଚାଲିଥିବା ନିର୍ବାଚନ ପ୍ରଚାରରୁ କଂଗ୍ରେସ ଦଳର ସାଂସଦ ରାହୁଲ ଗାନ୍ଧୀ କିଛି ସମୟ ପାଇଁ ବିରତି ନେଇଛନ୍ତି । ସେ ଗତକାଲି ରାତିରେ ନିର୍ବାଚନ ପ୍ରଚାରରୁ ବିରତି ନେଇ ନିଜ ମନଫୁର୍ତ୍ତ କରିଛନ୍ତି । ରାହୁଲଗାନ୍ଧୀ ପ୍ରଚାରପ୍ରସାର ସାରିବା ପରେ ଏକ ମିଠା ଦୋକାନରେ ଯାଇ ପହଞ୍ଚିଥିଲେ । ଯେତେବେଳେ ମିଠା ଦୋକାନର ମାଲିକ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଦୋକାନକୁ ଆସୁଥିବାର ଦେଖିଲେ ସେ ବହୁତ୍ ଖୁସି ହୋଇଯାଇଥିଲେ । ତେବେ ରାହୁଲ ଉକ୍ତ ଦୋକାନରୁ ଏକ କିଲୋଗ୍ରାମ ଗୋଲାପ ଜାମୁନ୍‌ କିଣିଛନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଛି । ଦୋକାନୀ ଜଣକ ଗଣମାଧ୍ୟମରେ ପ୍ରକାଶ କରି କହିଛନ୍ତି ଯେ “ରାହୁଲ ଗାନ୍ଧୀ ଆମ ଦୋକାନକୁ ଆସିବା ପରେ ଆମେ ଆନନ୍ଦିତ ହୋଇଗଲୁ । ସେ ବୋଧହୁଏ ଏକ ସଭା ପାଇଁ କୋଏମ୍ବାଟୁର ପରିଦର୍ଶନ କରୁଥିଲେ । ବୋଧହୁଏ ତାଙ୍କର ‌ଗୋଲାପ ଜାମୁନ୍‌ ପସନ୍ଦ ହୋଇଥିବାରୁ ସେ ଏକ କିଲୋ ମିଠା କିଣିଥିଲେ । ଇତିମଧ୍ୟରେ ସେ ଅନ୍ୟ ମିଠା ଭିତରୁ ମଧ୍ୟ କିଛିଟା ମିଠାକୁ ଚାଖିଥିଲେ । ମୁଁ ବହୁତ୍ ଖୁସି ଯେ ସେ ଆମ ଦୋକାନକୁ ଆସିଥିଲେ । ପ୍ରାୟେ ୨୫-୩୦ ମିନିଟ୍ ହେବ ରାହୁଲ ଗାନ୍ଧୀ ଉକ୍ତ ମିଠା ଦୋକାନରେ ରହିଥିଲେ । ରାହୁଲ ଗାନ୍ଧୀ ଲୋକପ୍ରିୟ ମିଠା ମୌସୁର ପାକକୁ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କୁ ଉପହାର ଦେଇଛନ୍ତି ବୋଲି କଂଗ୍ରେସ ଦଳ ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି । ତେବେ ଏହି କଥାଟି ଏବେ ବିଭିନ୍ନ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ତାମିଲନାଡୁର ୩୯ ଟି ଲୋକସଭା ଆସନ ପାଇଁ ମତଦାନ ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏବଂ ଭୋଟ୍ ଗଣନା ପାଇଁ ଜୁନ୍ ୪ ତାରିଖ କୁ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More