ନିଜର ଜନ୍ମଦିନ ଭୋଜି ଦେବାର ଦୁଇଦିନ ପରେ ବିଶିଷ୍ଟ ହୀରା ବ୍ୟବସାୟୀଙ୍କ ମୃତ୍ୟୁ

14

Get real time updates directly on you device, subscribe now.

ହାଇଦ୍ରାବାଦ ( ଏଜେନ୍ସି ) : ନିଜର ୬୩ତମ ଜନ୍ମଦିନ ଭୋଜି ଦେବାର ଦୁଇଦିନ ପରେ  ଜଣେ ବିଶିଷ୍ଟ ହୀରା ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ପୁରା ସହରରେ କୋକୁଆ ଭୟ । ଏହି ଭୋଜିରେ ସହରର ଜୁଏଲାରୀ ଆସୋସିଏସନର ପ୍ରାୟ ୧୫୦ ସଦସ୍ୟଙ୍କ ସହ କ୍ଷମତାସୀନ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)ର କିଛି ପ୍ରଭାବଶାଳୀ ନେତା ମଧ୍ୟ ଯୋଗ ଦେଇଥିଲେ । ତେଣୁ ସହରରେ ସଂକ୍ରମଣ ବ୍ୟାପିବା ଭୟରେ ପ୍ରଶାସନ ଭୋଜିରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଛି । ଏହି ବ୍ୟବସାୟୀଙ୍କ ସହ ଗତ ୫ ଦିନ ମଧ୍ୟରେ ୨ ଜଣ ଗହଣା ବ୍ୟବସାୟୀ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏହା ପୂର୍ବରୁ ତେଲୁଗୁ ଚଳଚ୍ଚିତ୍ରର ଅନ୍ୟତମ ଖ୍ୟାତନାମା ନିର୍ଦେଶକ ପି.ରାମା ରାଓ ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More