ଦେଶର ୧୩ ସହର ସର୍ବାଧିକ କରୋନା କ୍ଷତିଗ୍ରସ୍ତ, ଲାଗୁ ହୋଇପାରେ ଅଧିକ କଟକଣା

38

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶର ସର୍ବାଧିକ ସଂକ୍ରମିତ ୧୩ଟି ମହାନଗରୀର କୋଭିଡ-୧୯ ସ୍ଥିତି ସମ୍ପର୍କରେ କ୍ୟାବିନେଟ ସଚିବ ରାଜୀବ ଗୌବା ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ଉପସ୍ଥିତ ଥିଲେ। ଦେଶର ପ୍ରାୟ ଶତକଡା ୭୦ ଭାଗ କରୋନା ସଂକ୍ରମଣ ମାମଲା ଏହି ୧୩ଟି ମହାନଗରୀରୁ ଆସିଥିବା ବୈଠକରୁ ସ୍ପଷ୍ଟ ହୋଇଛି ତେଣୁ ଆଗାମୀ ଦିନରେ ସେହି ଅଂଚଳ ପ୍ରତି ଅଧିକ ଦୃଷ୍ଟି ଦିଆଯିବା ସହ ଅଧିକ କଟକଣା ଲାଗୁ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ୧୩ଟି ମହାନଗରୀ ହେଉଛି ମୁମ୍ଭାଇ, ଚେନ୍ନାଇ, ଦିଲ୍ଲୀ/ନୂଆଦିଲ୍ଲୀ, ଅହମଦାବାଦ, ଥାଣେ, ପୁଣେ, ହାଇଦ୍ରାବାଦ, କୋଲକାତା/ ହାୱଡା, ଇନ୍ଦୋର, ଜୟପୁର, ଯୋଧପୁର, ଚେଙ୍ଗଲପାଟ୍ଟୁ ଏବଂ ଥିରୁଭାଲ୍ଲୁର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More