ଦେଶର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ଭାରତୀୟ: ୧୦ମ ସ୍ଥାନରେ ନବୀନ, ୨୧ତମ ସ୍ଥାନରେ ରାହୁଳ

45

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଫେମ୍ ଇଣ୍ଡିଆ’ ମାଗାଜିନ ପକ୍ଷରୁ ପ୍ରକାଶିତ୨୦୨୦ – ‘‘୫୦ ପ୍ରଭାବଶାଳୀ ଭାରତୀୟ’’ ତାଲିକାରେ ନବୀନ ୧୦ମ ସ୍ଥାନରେ ଅଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଏହି ତାଲିକାରେ ୩ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ଦ୍ବିତୀୟ ସ୍ଥାନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଥିବାବେଳେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଷଷ୍ଠ ସ୍ଥାନରେ ଅଛନ୍ତି ।ଏହି ତାଲିକାରେ ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (୯୯.୬%) | ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ (୯୭%) |  ତୃତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ୍ ଶାହା (୯୬.୫%)  |୪ର୍ଥ ସ୍ଥାନରେ ଶିଳ୍ପପତି ରତନ ଟାଟା (୯୫.୨%), ୫ମ ସ୍ଥାନରେ  ମୁକେଶ ଅମ୍ବାନୀ (୯୫%) ଅଛନ୍ତି ।ସେହିପରି ଷଷ୍ଠ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ୭ମ ସ୍ଥାନରେ ଧର୍ମଗୁରୁ ରବିଶଙ୍କର, ୮ମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ୯ମ ସ୍ଥାନରେ ଭାରତର ଜେମ୍ସବଣ୍ଡ ତଥା ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଅଜିତ୍ ଡ଼ୋଭାଲ ଓ ୧୦ମ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି। ଏକାଦଶତମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ.ମିଶ୍ର । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More