ଦେଶରେ ୫୦ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ଅତିକ୍ରମ କରିଛି। ବୁଧବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୦,୫୪୫ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୬୯୪ ହୋଇଛି। କେରଳରେ ପ୍ରଥମ କରୋନା ସଂକ୍ରମିତ ହେବାର ୪ ମାସ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ଅତିକ୍ରମ କରିଛି। ଗତ ୩ଦିନ ମଧ୍ୟରେ ଦେଶରେ ୧୦ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ମଙ୍ଗଳବାର ଦେଶରେ ସର୍ବାଧିକ ୩୯୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ବୁଧବାର ଦେଶରେ ୨୯୫୮ ନୂଆ ସଂକ୍ରମିତ ହୋଇଥିବାବେଳେ ଅଧିକ ୧୨୬ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଦେଶର ବିଭିନ୍ନ ଡାକ୍ତରଖାନାରେ ଏବେ ୩୩,୫୧୪ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସେହିପରି ୧୪,୧୮୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନା ସୁସ୍ଥତା ହାର ୨୯%କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More