ନୂଆ ଦିଲ୍ଲୀ ( ଏଜେନ୍ସି ) : ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ କରୋନା ଭାଇରସରେ ଆକ୍ରାନ୍ତ ମୋଟ ୮୬ ହଜାର ୯୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଦେଶରେ କରୋନା ସଂକ୍ରମଣ ଆରୋଗ୍ୟ ହାର ୪୭.୭୫ ପ୍ରତିଶତରେ ପହଞ୍ଚିଛି। ଗତ ଚବିଶ ଘଣ୍ଟା ମଧ୍ୟରେ ଚାରି ହଜାର ୬୧୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ସେହି ସମୟ ମଧ୍ୟରେ ଆଠ ହଜାର ୩୮୦ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି।