ଦେଶରେ ୧ ଲକ୍ଷ ଟପିଲା କାରୋନା ସଂକ୍ରମିତଙ୍କ ସଂଖ୍ୟା, ୩୧୬୩ ମୃତ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ମଙ୍ଗଳବାର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ବେଗ କମ୍‌ ଥିଲେ ହେଁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଅନ୍ୟ ପାଶ୍ଚାତ୍ୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ନିକଟତର ହେବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଦେଶରେ ୧ ଲକ୍ଷ ୧ ହଜାର ୧୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୩୧୬୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୪୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ୩୯ ହଜାର ୧୭୪ ଜଣ ସୁସ୍ଥ ହୋଇଥିବାବେଳେ ୫୮ ହଜାର ୮୦୨ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More