ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୧୯ ହଜାର ୯୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍ରେ ଦର୍ଶାଯାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩୮୬୯ ଜଣ ସୁସ୍ଥ ହୋଇଥିବାବେଳେ ୬୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୧୫ ହଜାର ୪୭୪ ଜଣ ଚିକିତ୍ସାଧୀନ ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୩୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।