ନୂଆଦିଲ୍ଲୀ ( ଏଜେନ୍ସି ) : ରେଳବାଇ ଦେଶରେ ଚାଲିଥିବା ସମସ୍ତ ପାସେଞ୍ଜର ଟ୍ରେନକୁ ଅନିର୍ଦିଷ୍ଟ କାଳ ପାଇଁ ବାତିଲ କରିଛି । ତେବେ ୨୩୦ ସ୍ବତନ୍ତ୍ର ଟ୍ରେନ୍ ସେବା ପୂର୍ବ ପରି ଅବ୍ୟାହତ ରହିବ ବୋଲି ସୂଚନା ମିଳିଛି । ନିୟମିତ ଯାତ୍ରୀବାହୀ ଏବଂ ଉପାନ୍ତ ସହର ଟ୍ରେନ୍ ସେବା ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ରେଳ ବିଭାଗର ଏକ ବିବୃତିରେ କୁହାଯାଇଛି।