ଦେଶରେ ବର୍ତମାନ ସୁଦ୍ଧା ୧୯୯୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ବାହାରିଲେ

19

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ ବର୍ତମାନ ସୁଦ୍ଧା ୧୯୯୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ବାହାରିଲେଣି । ସାରା ଦେଶରେ ଏହି ଅନୁପାତ ୧୩.୮୫% ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚି ଲବ୍ ଅଗ୍ରୱାଲ । ସେହିପରି ଦେଶରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩.୩% ମୃତ୍ୟୁବରଣ କରିଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ଅଗ୍ରୱାଲଙ୍କ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରୁ ୧୪.୪%ଙ୍କ ବୟସ ହେଉଛି ୪୫ ବର୍ଷ ମଧ୍ୟରେ । ୪୫ରୁ ୬୦ ବର୍ଷ ବୟସର ୧୦.୩% ମୃତ୍ୟୁବରଣ କରିଛନ୍ତି । ୬୦ରୁ ୭୫ ବର୍ଷ ବୟସର ୩୩.୧% ମୃତ୍ୟୁବରଣ କରିଛନ୍ତି ଓ ଅବଶିଷ୍ଟଙ୍କ ବୟସ ୭୫ ବର୍ଷରୁ ଅଧିକ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More