ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ସେହିପରି ଗୋଟିଏ ଦିନରେ ଆଉ ୮୧୬ ଜଣଙ୍କର ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୦୯,୧୫୦ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ମୋଟ ୮,୬୧,୮୫୩ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।