ନୂଆଦିଲ୍ଲୀ ( ଏଜେନ୍ସି ) : ମହାମାରୀ କରୋନା ବିଶ୍ଵରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ମହାମାର କରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିଚାଲିଛି । ଦେଶରେ ଗତ ଏକ ସପ୍ତାହ ମଧ୍ୟରେ ପ୍ରାୟ ୫୦ ହଜାର ନୂଆ ଆକ୍ରାନ୍ତ ଜିହ୍ନଟ ହେବାସହ ଭାରତ ବିଶ୍ଵ କରୋନା ମ୍ୟାପରେ ବର୍ତ୍ତମାନ ବିଶ୍ଵର ସପ୍ତମ ସ୍ଥାନରେ ପହଞ୍ଚି ସାରିଛି । ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କାରଣ ଗତ ୨୪ ଘଣ୍ଟାରେ ଦେଶରେ ମହାମାରୀ କରୋନାରେ ୮ ହଜାର ୩୯୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ୨୪ ଘଣ୍ଟାରେ ଦେଶରେ ୨୩୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା ଭାଇରସ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।