ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଆଜି ୬ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ହଜାର ୭୮୩ ଜଣ ଆରୋଗ୍ୟ ଲାଭ କରିବା ସହ ଏପର୍ଯ୍ୟନ୍ତ ମୋଟ୍ ୬ଲକ୍ଷ ୧୨ ହଜାର ୮୧୫ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ କରୋନା ଆରୋଗ୍ୟ ହାର ୬୩.୨୫%କୁ ବୃଦ୍ଧି ପାଇଛି।