ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କୋଭିଡ୍ ଆରୋଗ୍ୟ ହାର ୬୨.୦୮%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ହଜାର ୫୪୭ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ଦେଶରେ ଏପର୍ଯ୍ୟନ୍ତ ୪ ଲକ୍ଷ ୭୬ ହଜାର ୩୭୮ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋଭିଡ୍ ଆରୋଗ୍ୟ ହାର ୬୨.୦୮%କୁ ବୃଦ୍ଧି ପାଇଛି।