ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କୃଷିଜାତ ପନିପରିବା ଏବଂ ଫଳମୂଳର ତ୍ଵରିତ ଯୋଗାଣ ଲାଗି ଆଜିଠାରୁ ପ୍ରଥମ କରି କିସାନ ଟ୍ରେନ ଗଡ଼ିଛି। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟାରେ ଏହି ଟ୍ରେନ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ଦେବଲାଲିଠାରୁ ଯାତ୍ରା ଆରମ୍ଭ କରିଛି। ଦେବଲାଲିରୁ ବିହାରର ଦାନପୁର ପର୍ଯ୍ୟନ୍ତ ଏହି ଟ୍ରେନ ଗଡ଼ିବ। ଆସନ୍ତା କାଲି ସନ୍ଧ୍ୟା ୬ଟା ୪୫ରେ ଟ୍ରେନ ଦୀର୍ଘ ୧୫୧୯ କିଲୋମିଟର ଯାତ୍ରା କରି ଦାନପୁରରେ ପହଞ୍ଚିବ।