ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ଶୀର୍ଷରେ, ୫୩ ସାମ୍ବାଦିକ କରୋନା ସଂକ୍ରମିତ

54

Get real time updates directly on you device, subscribe now.

ମୁମ୍ବାଇ ( ଏଜେନ୍ସି ) : ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ଶୀର୍ଷରେ । ରାଜ୍ୟ ସରକାର ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସ୍ଥିତିରେ ମହାରାଷ୍ଟ୍ରରେ ୫୩ ଜଣ ସାମ୍ବାଦିକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।  ଫାଷ୍ଟପୋଷ୍ଟ ପକ୍ଷରୁ ପ୍ରକାଶିତ ଖବରରେ ରାଜ୍ୟର ୫୩ ଜଣ ସାମ୍ବାଦିକଙ୍କ ନମୁନା ପଜିଟିଭ୍ ବାହାରିଛି ବୋଲି ଉଲ୍ଲେଖ ରହିଛି । ସୂଚନା ଅନୁସାରେ ୧୭୧ ଜଣ ସାମ୍ବାଦିକଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୫୩ଟି ନମୁନା ପଜିଟିଭ୍ ରହିଛି। । ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଫଟୋ ଓ ଭିଡ଼ିଓ ଜର୍ଣ୍ଣାଲିଷ୍ଟ । କିଛି ରିପୋର୍ଟର ମଧ୍ୟ ଏହି ୫୩ ଜଣଙ୍କ ମଧ୍ୟରେ ରହିଥିବା ଜଣାପଡ଼ିଛି । ତାମିଲ ପତ୍ରିକା ‘ଦିନମଣି’ରେ ମଧ୍ୟ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More