ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮୧ ହଜାର ଅତିକ୍ରମ କରିଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ଦେଶରେ ୮୧ ହଜାର ୯୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ମୃତ୍ୟୁ ସଂଖ୍ୟା ୨୬୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୨୭ ହଜାର ୯୨୦ ଜଣ ସୁସ୍ଥ ହୋଇଥିବାବେଳେ ୫୧ ହଜାର ୪୦୧ ଜଣ ଚିକିତ୍ସାଧୀନ ରହିଛନ୍ତି।